ଗଜପତି : ରାସ୍ତା ଉପରେ ଓଲଟିଲା ଲୁହା ରଡ୍ ବୋଝେଇ ଟ୍ରକ। ରାସ୍ତା ଉପରେ ବିଛାଇ ହୋଇ ପଡ଼ିଛି ଲୁହା ରଡ୍ । ଗଜପତି ଜିଲ୍ଲା ଅଡବା ଥାନା ଭୀମଦଳି ଘାଟିରେ ଘଟିଛି ଏହି ଦୁର୍ଘଟଣା । ଫଳ ରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ ହୋଇଛି l ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିଥିବା ବେଳେ ଶତାଧିକ ଯାତ୍ରୀବାହୀ ବସ, ଟ୍ରକ ଓ ଯାନବାହାନ ଅଟକି ରହିଛି । ଟ୍ରକଟି ଲୁହା ରଡ୍ ବୋଝେଇ ବ୍ରହ୍ମପୁର ଠାରୁ ରାୟଗଡ଼ା ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡିଥିଲା । ଖବରପାଇ ଅଡବା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତାରୁ ଟ୍ରକ ଉଠାଇ ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରଖିଛି l ଟ୍ରକଟି ଲୁହାରଡ଼ ନେଇ ରାୟଗଡା ଯାଉଥିବା ବେଳେ ରାସ୍ତା ଉପରେ ଓଲଟି ପଡିଛି l.ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।
