ଫୁଲବାଣୀ:ଜଣେ କି ଦୁଇ ଜଣ ନୁହେଁ ମାସକ ଭିତରେ ୧୧ଜଣ ଦାଦନ ଶ୍ରମିକ ଙ୍କ ବାହାର ରାଜ୍ୟ ରେ ମୃତ୍ୟୁ ହେଲାଣି l ତଥାପି ଦାଦନ ମୋହ ଛାଡୁନି l ପ୍ରତି ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲାରୁ ବସ ଯୋଗେ ଶହ ଶହ ଯୁବକ ଯୁବତୀ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି l ଗାଁ ରେ କି ଜିଲାରେ କାମ ଧନ୍ଦା ର ସୁଯୋଗ ମିଳୁନଥିବା ରୁ ବାହାରକୁ ଯାଉଛୁ କହି ଯାଉଛନ୍ତି l ରୋଜଗାର ପାଇଁ ବାହାର ରାଜ୍ୟ କୂ ଯାଇ ୧୧ଜଣଙ୍କ ଅକାଳ ମୃତ୍ୟୁ ହେଲାଣି l ପରିବାର ବେସାହାରା ହୋଇ ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି l ଜୁଲାଇ ମାସ ୨୮ରେ ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ରିସା ଭୂମି ଗ୍ରାମର ମୁରଲୀ ନାୟକ (୫୫) ଆନ୍ଧ୍ର ପ୍ରଦେଶ ର ଅଙ୍ଗୁଲ ଜିଲ୍ଲା ର ମେଜର ମେଣ୍ଟା ରେ ଅଟୋ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ବେଳେ ଜି ଉଦୟଗିରୀ ରତିଙ୍ଗିଆ ଅଞ୍ଚଳ କlଲିନାଯୁ ର ସାଗର ପ୍ରଧାନ (୩୪) ଙ୍କ ଏରନାକୁଲମ ର ପେରେମ୍ବlଦୂର୍ ରେ ମୃତ୍ୟୁ ଘଟିଥିଲା l ଜୁଲାଇ ୨୪ରେ ଜି ଉଦୟଗିରି କତିଙ୍ଗିଆ ପଂଚାୟତ ର ରିଶିଗୁଡ଼l ର ତରୁଣ ପ୍ରଧାନ ୪୨ଙ୍କ ମୃତ୍ୟୁ ହୋଇଥିବା ବେଳେ ଦାରିଂବାଡ଼ି ଗୁମିକିଆ ପlଟ ମାହl ଗ୍ରାମର ବିକାଶ ଦିଗାଲ ( ୪୫) ଙ୍କ କେରଳ ରାଇମାଙ୍ଗଲମ ର ପୁଲବାରୀ ରେ ମୃତ୍ୟୁ ହୋଇଛି l ସେହିପରି ଜୁଲାଇ ୩୦ରେ ହାଇଦ୍ରାବାଦ ରେ ବ୍ରାହ୍ମଣୀ ଗାଁ ଥାନା ମଣ୍ଡିପାଙ୍କl ଗ୍ରାମର ସିମଞ୍ଚାଲ ନାୟକ ( ୧୯) ର ମୃତ୍ୟୁ ଘଟିଥିଲା l ଅ ଗଷ୍ଟ ୩ତାରିଖ ରେ ଟିକାବାଲି ଗଦ ଗୁଡ଼ା ଗ୍ରାମର ସୁଭଦେବ ପ୍ରଧାନ (୩୫), ଚକାପାଦ ବାପଲ୍ ମେଣ୍ଡି ଗ୍ରାମର ବେଣୁ ଧର ନାୟକ (୪୪), କୋଟଗଡ ବ୍ଲକ ଗୁଗୁରୁମହା ପଂଚାୟତ ର ମୋଚା ମଲିକ ( ୪୬) କେରଳ ର ଏର ନା କୁଲମ ର କଳନ ସରୀ ରେ ମୃତ୍ୟୁ ଘଟିଥିଲା ଲ ଉଦୟଗିରୀ ମ ଲିକ ପୋଡ଼ି ନେଡି ମlହା ଗ୍ରାମ ର ସାମନ୍ତ ପ୍ରଧାନ (୨୭) ଆନ୍ଧ୍ର ପ୍ରଦେଶ ରେ, ରାଇକିଆ ବ୍ଲକ୍ କରଡl ପଂଚାୟତ ତେନ୍ତୁଲିଆ ଗ୍ରାମ ର ପ୍ରତାପ ପ୍ରଧାନ (୨୫) ର ତାମିଲନlଡୁ ରେ ମୃତ୍ୟୁ ଘଟିଥିଲା l ରାଇକିଆ ଇନ୍ଦ୍ରାଗଡପଂଚାୟତ ର ନେଡି ମlହା ଗ୍ରାମ ର ସାମନ୍ତ ପ୍ରଧାନ (୨୬) ଆନ୍ଧ୍ର ପ୍ରଦେଶ ରେ ରାଇକିଆ ବ୍ଲକ୍ କରଡ଼ା ତେନ୍ତୁଳିଆ ଗ୍ରlମର୍ ପ୍ରତାପ ପ୍ରଧାନ (୫୫)ଙ୍କ ଆନ୍ଧ୍ର ରେ ମୃତ୍ୟୁ ଘଟିଥିଲା l ରାଜ୍ୟ ବାହାରୁ ଗ୍ରାମ କୁ ଶବ ଆଣିବା ଗରିବ ପରିବାର ଲୋକଙ୍କ ପାଇଁ କାଠିକର ପାଠ ହେଉଛି l ଏଣୁ, ସ୍ଥାନୀୟ ଅଞ୍ଚଳ ରେ ଅଧିକ କାମ ଧନ୍ଦା ସୃଷ୍ଟି କରିବା ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଉଦ୍ୟମ କରିବା ଆବଶ୍ୟକ lସେହିପରି ମୃତକ ଙ୍କ ପରିବାର ଲୋକ ଙ୍କୁ ସରକାର ଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସଧାରଣ ରେ ଦାବୀ ହେଉଛି l