ହଠାତ୍ ବନ୍ୟା ପାଣି ଚାରିପଟେ ପଶିଯିବାରୁ ଯବାନ ମାନେ ଜୀବନ ବଞ୍ଚାଇ କିଭଳି କ୍ୟାମ୍ପ ଉପରେ ଥିବା ଟିଣ ଛାତ ଉପରେ ତ ଆଉ କିଏ ଗଛ ଉପରେ ଆଶ୍ରୟ ନେଇଛନ୍ତି । ଦୀର୍ଘ ସମୟ ହେଲାଣି ନା ପାଖରେ ପାନୀୟ ଜଳ ଅଛି ନା ଖାଦ୍ୟ ଅଛି ଭୋକ ଶୋଷ ରେ ଜୀବନ ବଞ୍ଚାଇ ବନ୍ୟା ପାଣିରେ ଫସି ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କେହି ଉଦ୍ଧାର କରିବା ପାଇଁ ପହଞ୍ଚି ନାହାଁନ୍ତି ।
ମାଓବାଦୀ ଇଲାକାରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଯବାନ ନିୟୋଜିତ ଥିବାବେଳେ ଏବେ ଯବାନଙ୍କ ଜୀବନ ଭଗବାନଙ୍କ ଭରସାରେ । ଗୋଦାବରୀ ନଦୀର ଜଳ ବିପଦ ସଙ୍କେତ ଟପିଛି । ଛତିଶଗଡ଼ରେ ଅନେକ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି ।