Live Tv

Live Tv

ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର।ଖାଦ୍ୟ ଯୋଗାଣରୁ ସ୍ୱୟଂ ସହାୟିକା ଗୋଷ୍ଠୀ ବଞ୍ଚିତ ଅଭିଯୋଗର ତଦନ୍ତ ବେଳେ ଘଟଣା

 ଫୁଲବାଣୀ:କୋଟଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ଯୋଗାଣକୁ ନେଇ ଜଣେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ବଞ୍ଚିତ କରାଯାଇଥିବା ଅଭିଯୋଗର ତଦନ୍ତ ବେଳେ ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡେପୁଟି ଉପଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ଖାଦ୍ୟ ଯୋଗାଣ ପାଇଁ ନିର୍ଦ୍ଧାରିତ ସ୍ୱୟଂ ସହାୟିକା ଗୋଷ୍ଠୀକୁ ବିଦ୍ୟାଳୟ ଭିତରକୁ ପ୍ରବେଶ ନଦେବା ନେଇ ବିବାଦ ଲାଗିରହିଛି। ଏନେଇ କୋଟଗଡ଼ ଥାନା ସମେତ ବିଡିଓ, ବିଇଓ ଓ ପରିବହନ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।ଅଭିଯୋଗର ତଦନ୍ତ ପାଇଁ ଆଜି ଡେପୁଟି ଉପଜିଲ୍ଲାପାଳ ସଂଜୀବ ରୂପମାଝୀ, ଏଡିଡବ୍ଲ୍ୟୁଓ ଉମେଶ ଚନ୍ଦ୍ର ପ୍ରଧାନ, କୋଟଗଡ଼ ତହସିଲଦାର ଭୋଳାନାଥ ମାଝୀ, ସିଡିପିଓ ମମତା ପଣ୍ଡା ଓ ମିଶନ ଶକ୍ତି ବିପିଏମ୍‌ ଓଏଭିରେ ପହଞ୍ଚି ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ସହ ଏକ ସ୍ୱତନ୍ତ୍ର କୋଠରୀରେ ଆଲୋଚନା କରିଥିଲେ।


ଏହି ସମୟରେ ଖବର ସଂଗ୍ରହ ପାଇଁ ବିଦ୍ୟାଳୟ ପରିସରରେ ଭିଜୁଆଲ ନେଉଥିଲେ। ଅଭିଯୋଗ ଅନୁସାରେ, ଏହି ସମୟରେ ଡେପୁଟି ଉପଜିଲ୍ଲାପାଳ ଆସି ସାମ୍ବାଦିକଙ୍କୁ ଏଠାକୁ କିଏ ଡାକିଛି ଓ କିଏ ଅନୁମତି ଦେଇଛି ବୋଲି ପ୍ରଶ୍ନ କରିବା ସହ ଗେଟ୍‌ ବାହାରେ ରହିବାକୁ କହିଥିଲେ। ଏଥିସହ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ଅଶୋଭନୀୟ ଭାଷା ବ୍ୟବହାର କରିଥିବା ସାମ୍ବାଦିକ ଦ୍ୱୟ ଅଭିଯୋଗ କରିଛନ୍ତି।ଘଟଣାକୁ ନେଇ ସାମ୍ବାଦିକ ଦ୍ୱୟ ଓଏଭି ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ କର୍ମ କର୍ତ୍ତା ଙ୍କୁ ଜଣାଇଛନ୍ତି। ଏପଟେ ଅଭିଯୋଗର ନିରପେକ୍ଷ ତଦନ୍ତ ସହ ସାମ୍ବାଦିକଙ୍କ ସହ ଘଟିଥିବା ଘଟଣାର ମଧ୍ୟ ତଦନ୍ତ ହେବା ନେଇ ଦାବି ହୋଇଛି।