ଫୁଲବାଣୀ:ନିଶା କାରବାର ବିରୋଧ ରେ କନ୍ଧମାଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି l କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡ଼ାପୋଲିସ ଥାନା ଅଧିକାରୀ ସମୀର କୁମାର ବେହେରା ଙ୍କ ନେତୃତ୍ୱରେ ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଗୋଇବନ୍ଧ ବ୍ରିଜ ନିକଟରେ ଚଢାଉ କରି କଟlରୀ ସାହୀ ର ରାଧେଶ୍ୟାମ କାରଜି କୁ ଗିରଫ କରିଛି l ତା ନିକଟ ରୁ ତିନି ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ଶୁଗାର, ୨୧କିଲୋଗ୍ରାମ ଗଞେଇ, ନଗଦ ଟଙ୍କା, ମୋବାଇଲ ଫୋନ୍ ଜବତ ହୋଇଥବା ପୋଲିସ କହିଛି l ଏହି ନିଶା କାରବାର ର ଚେର ଫୁଲବାଣୀ ସମେତ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା କୁ ଲମ୍ବିଥିବା ପୋଲିସ୍ ସନ୍ଦେହ କରୁଛି l ବାଲିଗୁଡ଼ା ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି l ଏହି ମାମଲାରେଅନ୍ୟ ତିନି ଜଣ ସଂପୃକ୍ତ ଅଭିଯୁକ୍ତ ଙ୍କୁ ଅତି ଶିଘ୍ର ଗିରଫ କରାଯିବ ବୋଲି ପୋଲିସ୍ କହିଛି l ବାଲିଗୁଡ଼ା ଏସ ଡିପିଓ ଶୁଭମ୍ ଭୋସଲେ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି l ଆଗକୁ ମଧ୍ୟ ନିଶା କାରବାର ରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସ ଏସ ଡି ପି ଓ l
