Live Tv

Live Tv

ଦୁର୍ଘଟଣାରେ ଚାଲିଗଲା ଅତିକ ଅହମଦଙ୍କ ପୁଅ ଜୀବନ

 atiq

ଉତ୍ତରପ୍ରଦେଶ : ମାଫିଆ ଅତିକ ଅହମଦଙ୍କ ପୁଅ ଅବାନ ଅହମଦଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଅବାନ ଝାନ୍ସୀ ଜେଲରେ ଥିବା ଭାଇ ଅଲୀ ଅହମଦଙ୍କୁ ସାକ୍ଷାତ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ଗାଡ଼ି ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା । ଫଳରେ ଅବାନଙ୍କ ସହିତ ଅନ୍ୟ ୨ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ମୁତାବକ, ଝାନ୍ସୀ ଜେଲରେ ଥିବା ଅତିକଙ୍କ ପୁଅ ଅଲ୍ଲୀଙ୍କୁ ସାକ୍ଷାତ କରିବା ପାଇଁ ଅବାନ ଏକ କାରରେ ଯାଉଥିଲେ । ଏହି ସମୟରେ କାର୍ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ଏଥିରେ ଥିବା ଅବାନ ଏବଂ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଭାବେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ୨ ଜଣଙ୍କ ମୃତ୍ୟୁ ଘୋଷଣା କରିଥିଲେ ।

ଧକ୍କା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣା ପରେ ପୋଲିସ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ପୋଲିସ ଘଟଣାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ମାଫିଆ ଅତିକଙ୍କ ପୁଅ ଅଲ୍ଲୀ ଅହମଦ ୨୦୨୫ ଅକ୍ଟୋବରରେ ନୈନି ଜେଲରୁ ଝାନ୍ସୀ ଜେଲକୁ ସିଫ୍ଟ ହୋଇଥିଲେ । ଅତିକଙ୍କ ୫ ପୁଅ ରହିଛନ୍ତି । ଗୋଟେ ପୁଅ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ବେଳେ ଅବାନ ଦୁର୍ଘଟଣାରେ ଚାଲିଗଲେ । ଆଉ ଜଣେ ଜେଲରେ ରହିଥିବା ବେଳେ ୨ ଜଣ ଏବେ ସ୍କୁଲରେ ପାଠ ପଢୁଛନ୍ତି ।