Live Tv

Live Tv

ରାମ ଧନୀଙ୍କ ଓ ଶିବ ଗରିବଙ୍କ ଦେବତା, ରେଭନ୍ତ ରେଡ୍ଡୀଙ୍କ ବୟାନକୁ ନେଇ ବିବାଦ

 revanth reddy

ନୂଆଦିଲ୍ଲୀ : ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ । ଦିଲ୍ଲୀରେ ଦ କନକ୍ଲେଭ୍ ୨୦୨୬ କାର୍ଯ୍ୟକ୍ରମରେ ଯୋଗଦେଇ ରେଭନ୍ତ ରେଡ୍ଡୀ ରାମ ଓ ଶିବଙ୍କ ଉପାସନାକୁ ନେଇ ରାଜନୈତିକ ତୁଳନା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି ।

ରେଭନ୍ତ ରେଡ୍ଡୀ କହିବା ଅନୁସାରେ, ଆମେ ଦ୍ରାବିଡ଼ିଆନ୍, ଆମର ନିଜସ୍ୱ ପରମ୍ପରା ରହିଛି । ଶିବ ଗରିବଙ୍କ ଭଗବାନ ଏବଂ ରାମ ଧନୀଙ୍କ ଭଗବାନ । ବିଜେପି ଧନୀମାନଙ୍କ ଦଳ ହୋଇଥିବାରୁ ଜୟ ଶ୍ରୀରାମ କୁହେ, ହର ହର ମହାଦେବ ନୁହେଁ । ଆମେ ଭଗବାନ ଶିବଙ୍କ ଭକ୍ତ । କିନ୍ତୁ ବିଜେପି ନିଜକୁ ଭଗବାନ ରାମଙ୍କ ସହିତ ଅଧିକ ଯୋଡିଥାଏ ।

ରେଭନ୍ତ ରେଡ୍ଡୀଙ୍କ ବୟାନକୁ ନେଇ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ପ୍ରତିକ୍ରିୟା ଦେଇଛନ୍ତି । ସେ ରେଭନ୍ତ ରେଡ୍ଡୀଙ୍କ ଉପରେ ଭଗବାନ ରାମ ଓ ଶିବଙ୍କ ମଧ୍ୟରେ ରାଜନୈତିକ ବିଭାଜନ ସୃଷ୍ଟି କରିବାର ଅଭିଯୋଗ ଲଗାଇଛନ୍ତି । ସଞ୍ଜୟ କହିଛନ୍ତି ଯେ, ତେଲେଙ୍ଗାନାରେ ବେମୁଲାୱାଡାକୁ ଦକ୍ଷିଣ କାଶୀ ଏବଂ ଭଦ୍ରାଚଳମକୁ ଦକ୍ଷିଣ ଅଯୋଧ୍ୟା କୁହାଯାଏ । ତେଣୁ ରେଭନ୍ତ ରେଡ୍ଡୀ ରାମ ଓ ଶିବଙ୍କୁ ଉତ୍ତର-ଦକ୍ଷିଣ ଆଧାରରେ ବିଭାଜନ ନକରିବା ଉଚିତ ବୋଲି ସେ କହିଛନ୍ତି ।

ତେବେ ରେଭନ୍ତ ରେଡ୍ଡୀଙ୍କ ବୟାନ ଏବଂ ଏହା ଉପରେ ବିଜେପିର ପ୍ରତିକ୍ରିୟାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।