ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ ନବନିର୍ବାଚିତ ଉପ-ସଭାପତି ଶ୍ରୀ ମହାପାତ୍ର ସଂଘର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ ଚେସ ଖେଳର ଉନ୍ନତି ଓ ପ୍ରସାର ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏହାସହ ଅତି କମ୍ ଦିନ ମଧ୍ୟରେ ଜିଲ୍ଲାରେ ଏକ ବୃହତ୍ ଜିଲ୍ଲା ସ୍ତରୀୟ ଚେସ ଟୁର୍ନାମେଣ୍ଟ ଆୟୋଜନ କରିବା ଦିଗରେ ସଂଘକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ କ୍ରୀଡ଼ାପ୍ରେମୀ, ବୁଦ୍ଧିଜୀବୀ ଓ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରୀ ରାଧାମୋହନ ମହାପାତ୍ରଙ୍କୁ ସାଧୁବାଦ ଓ ଶୁଭେଚ୍ଛା ଜଣାଇଥିଲେ।