Live Tv

Live Tv

ସମ୍ପର୍କୀୟ ଶାଳକର ବାରିସୀ ମାଡ଼ରେ ଭିଣୋଇ ମୃତ

 kuchinda

କୁଚିଣ୍ଡା : ସମ୍ପର୍କୀୟ ଶାଳକର ବାରିସୀ ମାଡ଼ରେ ଭିଣୋଇ ମୃତ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ମସନିକାନୀ ଗାଁରେ । ଗାଁ ଦାଣ୍ଡରେ ସାମାନ୍ୟ କଥାକୁ କେନ୍ଦ୍ର କରି ଉଭୟ ସମ୍ପର୍କୀୟ ଶାଳକ ଏବଂ ଭିଣୋଇ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ସମ୍ପର୍କୀୟ ଶାଳକ ବାରିସୀ ମାଡ଼ରେ ଭିଣୋଇ ଚାରଲେସ ଲୁଗୁନଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ସମ୍ପର୍କୀୟ ଶାଳକକୁ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଛି । ପୋଲିସ ଅଧିକ ତଦନ୍ତ କରୁଛି।