ଫୁଲବାଣୀ:ଫୁଲବାଣୀ ସହରରେ ଏବେ ଦିନକୁ ଦିନବାଂଲାଦେଶୀ ଙ୍କ ସଂଖ୍ୟା ବଢ଼ି ବାରେ ଲାଗିଛି l ଏମାନେ ମୂଲିଆ, ମିସ୍ତ୍ରୀ ଠିକା କାମ, ଜିନିଷ ବିକିବା ପାଇଁ ଫୁଲବାଣୀ ଆସି ବର୍ଷ ବର୍ଷ ଧରି ଏଠି ବସତି ସ୍ଥାପନ କରି ଆସ୍ଥାନ ଜମାଇ ରହିଥିବା ଦେଖାଯାଉଛି l କିଛି ଅପରାଧିକ ମାମଲା ରେ ଜଡ଼ିତ ହୋଇ ଏଠାରେ ଲୁଚି ରହି ଥିବା କୁହାଯାଇଛି l ଶତାଧିକ ବାଂଲାଦେଶୀ ଭୋଟର ତାଲିକା, ଆଧାର କାର୍ଡ କରିବା ସହ ସରକାରୀ ଜମି ଜବରଦଖଲ କରି ଘର କରିସାରିଲେଣି l ବିଶେଷ କରି ପିଅନ ପଡା, ନାରାୟଣୀ ପାହାଡ, ଏଫ୍ ସି ଆଇ ନିକଟ ଆଦି ବିଭିନ୍ନ ସ୍ଥାନରେ ଶତାଧିକ ବାଂଲାଦେଶୀ ରହୁଥିବା ଜଣାପଡିଛି l ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ରାଜନୈତିକ ଦଳ ପକ୍ଷରୁ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଦାବୀ ହେଉଥିଲେ ବି ଫଳ ଶୁନ l ପ୍ରଶାସନ ଜାଣି ନୀରବ ରହୁଥିବା ଅଭିଯୋଗ ହେଉଛି l ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ, ତହସିଲଦାର, ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି l
