Live Tv

Live Tv

ଗଞ୍ଜେଇ ଚୋରାଚାଲଣ ଅଭିଯୋଗରେ କେରଳରେ ୬ ଓଡ଼ିଆ ଗିରଫ

 GANJA V

ଭୁବନେଶ୍ୱର : ଗଞ୍ଜେଇ ଚୋରାଚାଲଣ ଅଭିଯୋଗରେ କେରଳରେ ୬ ଓଡ଼ିଆ ଗିରଫ । କେରଳର ଓଲାଭାକୋଡ୍ ରେ ଜବତ ହେଲା ୫୩ କିଲୋଗ୍ରାମରୁ ଅଧିକ ଗଞ୍ଜେଇ। ​କେରଳ ପୋଲିସର ନିଶା ନିବାରଣ ଅଭିଯାନ ଅଧୀନରେ ପାଲକ୍କାଡ଼ ନିକଟ ଓଲାଭାକୋଡ୍ ଠାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପାଲକ୍କାଡ଼ ଜିଲ୍ଲା ଆଣ୍ଟି-ନାର୍କୋଟିକ୍ସ ସ୍ପେଶାଲ ଆକ୍ସନ୍ ଫୋର୍ସ ଏବଂ ହେମାମ୍ବିକା ନଗର ପୋଲିସର ମିଳିତ ଟିମ୍ ଓଲାଭାକୋଡ୍ ରେଳ ଷ୍ଟେସନ ପରିସରରେ ଚଢ଼ାଉ କରିଥିଲା । ଅଭିଯୁକ୍ତମାନଙ୍କ ନିକଟରୁ ମୋଟ ୫୩.୪୫୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ​ଗିରଫ ହୋଇଥିବା ସମସ୍ତ ୬ ଜଣ ଅଭିଯୁକ୍ତ ଓଡ଼ିଶାର ବାସିନ୍ଦା । ​କନ୍ଧମାଳ ଜିଲ୍ଲାର ​ଜିଖୋରିଆ ଦିଗାଲ, ​ଅନିଲ କୁମାର ଦିଗାଲ ଓ ​କ୍ରିଷ୍ଟ ଦିଗାଲ ଏବଂ ରାୟଗଡ଼ା ଜିଲ୍ଲାର ​ପୁରନ୍ଦର ଖୋରା, ​ଯୁଧିଷ୍ଠିର ବିଭାର ଓ ​ଲାବଣ୍ୟ ଖୋରା ।