Live Tv

Live Tv

ସ୍ତ୍ରୀ ଛାଡିଗଲା ବୋଲି ଟେଲିଫୋନ ଟାୱାରରେ ଚଢ଼ିଗଲେ ସ୍ବାମୀ

 toewr v

ଦେବଗଡ଼: ସହି ପାରିଲେନି ବିରହର ବେଦନା । ଦ୍ଵିତୀୟ ସ୍ତ୍ରୀ ଛାଡିଗଲା ବୋଲି ଟେଲିଫୋନ ଟାୱାରରେ ଚଢ଼ି ଜୀବନ ହାରିବାକୁ ଧମକ ଦେଲେ ସ୍ବାମୀ । ୬ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।  ଫିଲ୍ମ ସୋଲେର ସିନ୍ ପରି ଅବିକଳ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଝୁମ୍ପୁରା ଗାଁରେ । ଜୀବନ ହାରିବାକୁ ଧମକ ଦେଉଥିବା ଯୁବକ ଜଣକ ଲୁବୁ ନାଏକ ବୋଲି ଜଣାପଡିଛି । ପରିବାରିକ କଳହରୁ ଲୁବୁ ନାଏକଙ୍କୁ ଛାଡି ନିଜ ବାପ ଘରକୁ ଚାଲିଯାଇଥିଲେ ସ୍ତ୍ରୀ । ସ୍ତ୍ରୀ ଚାଲି ଯିବାରୁ ଗତକାଲି ସନ୍ଧ୍ୟା ସମୟରେ ଏକ ଟେଲିଫୋନ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ ଦେଉଥିଲେ ଲୁବୁ । ପ୍ରାୟ ୮୫ ଫୁଟ ଉପରକୁ ଚଢିଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ବାରକୋଟ ଥାନା ପୋଲିସ । ବୁଝାସୁଝା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଯୁବକ ଜଣକ ନିଜ ଜିଦରେ ଅଟଳ ଥିଲେ । ଶେଷରେ ଅଗ୍ନିଶମ ବିଭାଗର ସହାୟତାରେ ରାତି ପ୍ରାୟ ସାଢେ ୧୧ ଟା ସମୟରେ ଲୁବୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୋଲିସ ।