Live Tv

Live Tv

ପାର୍ବଣ ପୂର୍ବରୁ ଅସମାଜିକଙ୍କୁ ନାହିଁ ନିସ୍ତାର, ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତ ଗିରଫ

 arrest

ଭୁବନେଶ୍ୱର :  ପାର୍ବଣ ପୂର୍ବରୁ ଅସମାଜିକଙ୍କୁ ନାହିଁ ନିସ୍ତାର । ଧଉଳୀରେ ସଙ୍ଘବଦ୍ଧ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତ ଗିରଫ । ଗତ ୧୩ ତାରିଖରେ ଖେଳାଇଥିଲେ ଆତଙ୍କ । ୨ ଆକ୍ରମଣକାରୀ ଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ । ସିକୁରିଟି ଗାର୍ଡକୁ ଗୋଡେଇ ଗୋଡେଇ ଖଣ୍ଡା ଚୋଟରେ ଲହୁ ଲୁହାଣ କରିଥିଲେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୫ରୁ ଅଧିକ ଯୁବକ ସଙ୍ଘବଦ୍ଧ ଆକ୍ରମଣ ପରେ ଫେରାର ଥିଲେ । ସେମାନଙ୍କ ମଧ୍ୟରୁ ମୁଖ୍ୟ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ସଂଘବଦ୍ଧ ଆକ୍ରମଣ କରିଥିଲେ। । ଧଉଳି ଥାନା ଅଞ୍ଚଳରେ ଗତ ୧୩ତାରିଖ ରେ ୬ଟି ଗାଡ଼ିରେ ଆସି ୧୫ଅଧିକ ଯୁବକ ଆସି ଏଭଳି ଆକ୍ରମଣ କରି ଆତଙ୍କ ମଚାଇଥିଲେ। ସିସିଟିଭିରେ ଘଟଣାର ପୂରା ଦୃଶ୍ୟ କଏଦ ହୋଇଛି। ଏବେ ବି ୧୫ରୁ ଅଧିକ ଯୁବକ ଫେରାର ଅଛନ୍ତି ।