Live Tv

Live Tv

ବାଣୀବିହାର ଓଭରବ୍ରିଜ୍ ଉପରେ ବିରାଟ ଅଜଗର

 python

ଭୁବନେଶ୍ୱର : ବାଣୀବିହାର ଓଭରବ୍ରିଜ୍ ଉପରେ ବିରାଟ ଅଜଗର ।  ହଠାତ୍ ରାସ୍ତା ଉପରେ ସାପକୁ ଦେଖି ଭୟଭୀତ ହେଲେ ଲୋକେ ।  ଚୋରାଚାଲାଣ ବେଳେ କୌଣସି ଗାଡ଼ିରୁ ଖସିପଡ଼ିଥିବାର ସନ୍ଦେହ ।  ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ୍ ରାସ୍ତାରେ ଅଜଗରଟି ଯାଉଥିବା ଦେଖି ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍ପଲାଇନକୁ ସୂଚନା ଦେଇଥିଲେ ।  ଖବର ପାଇ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ଆଶିଷ ବେହେରା ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।  ସହରର ବ୍ୟସ୍ତତମ ଓଭରବ୍ରିଜ୍ ଉପରେ ଅଜଗର ମିଳିବା ପରେ ବଡ଼ ପ୍ରଶ୍ନ ଉଠିଛି। ସାପଟି କିପରି ସେଠାକୁ ଆସିଲା? ନା ଚୋରାଚାଲାଣ ବେଳେ କୌଣସି ଗାଡ଼ିରୁ ଖସିପଡ଼ିଥିଲା  ?  ଏହାକୁ ନେଇ ଚର୍ଚ୍ଚା ବଢ଼ିଛି ।