ପିପିଲି : କେନାଲରେ ଭାସୁଛି ବାଇକ, ଡ୍ରାଇଭର କେଉଁଠି। ଧବଳାହାର ପୁରୀ ମୁଖ୍ୟ କେନାଲରେ ଏକ ପଲସର ବାଇକ ଭାସୁଥିବା ଦେଖିବାକୁ ମିଳିଛି । କେଉଁ ପରିସ୍ଥିତିରେ କେନାଲକୁ ବାଇକ ଖସି ପଡିଛି ତାହା ଜଣାପଡ଼ିନାହିଁ । ସୂଚନା ଅନୁସାରେ, ଗତକାଲି ରାତି ୮ଟା ସମୟରେ ପୁରୀ କେନାଲରେ ପଲସର ଭାସୁଥିବା ଦେଖିବାକୁ ମିଳିଥିଲା । ବାଇକ ହେଡ ଲାଇଟ ଏବଂ ଇଣ୍ଡିକେଟର ଜଳୁଥିବା ଦେଖି ପ୍ରତ୍ୟକ୍ଷଦର୍ଶୀ ବାଲିଅନ୍ତା ଥାନାକୁ ଫୋନ କରି ଜଣାଇଥିଲେ । ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ସ୍ଥାନୀୟ ଲୋକ ବାଇକ ଉପରକୁ ଉଠାଇ ସାରିଥିଲେ । ତେବେ ବାଇକ ଛାଡି ଚାଳକ ଘଟଣାସ୍ଥଳରୁ ଛୁ ମାରିଛନ୍ତି କିମ୍ୱା ପୁରୀ କେନାଲରେ ନିଖୋଜ ହୋଇଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଗାଡ଼ି ନମ୍ବର ଯାଞ୍ଚ କରିବା ପରେ ବାଇକ ମାଲିକ କୌଶଲ୍ୟାଗଙ୍ଗ ଫାଣ୍ଡି ଗୁଡ଼ିଆ ପୋଖରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ବାଳକାଟି ଫାଣ୍ଡି ପୋଲିସ ଟାଟା ଏସରେ ଲଦି ବାଇକ ଫାଣ୍ଡିକୁ ନେଇଯାଇଛି । ପୋଲିସ ଗାଡ଼ି ନମ୍ବର ଯାଞ୍ଚ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି
