କନ୍ଧମାଳ ବିଜେଡ଼ି ର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ...
ଫୁଲବାଣୀ :- ଆଜି ଫୁଲବାଣୀ ସହରରେ କନ୍ଧମାଳ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି. ଫୁଲବାଣୀ ମେଡିକାଲ ଛକ ଠାରୁ ଆରମ୍ଭ ହୋଇ ବିଜୁ ପଟନାୟକ ଛକ ରେ ସମାପନ ହୋଇଛି ଗାନ୍ଧୀ ଜୟନ୍ତୀ ଠାରୁ ଆସନ୍ତା ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଏ ପଦଯାତ୍ରା ହେବ. ଜିଲ୍ଲାର 12 ଟି ବ୍ଲକ ଓ ବାଲିଗୁଡା ଏନ ଏ ସି, ଜି ଉଦୟଗିରି ଏନ ଏ ସି ଏବଂ ଫୁଲବାଣୀ ପୌର ପରିଷଦ ର ସମସ୍ତ ୱାର୍ଡ ରେ ପଦଯାତ୍ରା ହେବ. ରାଜ୍ୟ ବିଜେପି ସରକାର ର ବିଫଳତା ଓ ପୂର୍ବ ବିଜେଡି ସରକାର ର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ଏ ସରକାର ଲୋକଙ୍କ ପାଇଁ ଭଲ କାମ କରୁନି ବୋଲି ପଦ୍ମନାଭ ବେହେରା ବିଜେପି କୁ ଟାର୍ଗେଟ କରିଥିଲେ. ଲୋକଙ୍କ ବିକାଶ ବଦଳରେ ନେତାମାନେ ନିଜର ବିକାଶ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ. ଜନସମ୍ପର୍କ ପଦଯାତ୍ରା ରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ବେହେରା,ପୂର୍ବତନ ବିଧାୟକ ଅଙ୍ଗଦ କହଁର, ଦୁଗୁନୀ କହଁର, ପୌର ଅଧକ୍ଷା ପାୟେଲ ବେହେରା,ସାଧାରଣ ସମ୍ପାଦକ ରାଧାମୋହନ ମହାପାତ୍ର, ମହିଳା ସଭାନେତ୍ରୀ ପୁନମକହଁର, ଛାତ୍ର ସଭାପତି ସୁନୀଲ ସେଠି ଯୁବ ସଭାପତି ରାକେଶ ମିଶ୍ର,ସତ୍ୟନାରାୟଣ ବେହେରା, କୈଳାଶ ମୁଖି, ଲଳିତା ମୁନି,ତ୍ରିନାଥ କହଁରକହଁର, ପଞ୍ଚା କହଁର, ବୀରେନ୍ଦ୍ର,ବିଷ୍ଣୁ ଲେଙ୍କା, ଶିବ ବେହେରା, ରଞ୍ଜନ କହଁର, ପ୍ରଦୀପ ମହାନ୍ତି,ସୁଧୀର କହଁର, ବିକ୍ରମ ବେହେରା, ଦିଲ୍ଲିପ ମହାପାତ୍ର, ଦାରୁଣ ବେହେରା, ସମସ୍ତ କାଉଁସିଲର,ବ୍ଲକ ସଭାପତି,ୱାର୍ଡ଼ ସଭାପତି ନେତା କର୍ମୀ ଯୋଗ ଦେଇଥିଲେ.