Live Tv

Live Tv

ଅଭାବନୀୟ ଘଟଣା, ରାସ୍ତାଜାମରେ ଫସିଲା ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ

 ambulance

ଅନୁଗୋଳ: ରାସ୍ତାଜାମ ପାଇଁ ୨୦ ମିନିଟ୍ ଅଟକିଲା ୧୦୮ ଆମ୍ବୁଲାନ୍ସ । ସଂକୀର୍ଣ୍ଣ ରାସ୍ତା ପାଇଁ ଅଟକି ରହିଲା ଜୀବନ ବଞ୍ଚାଉଥିବା ଆମ୍ବୁଲାନ୍ସ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗାଁ ନିକଟରେ ଅଭାବନୀୟ ଦୃଶ୍ୟ । ପ୍ରାୟ ୨୦ ମିନିଟ୍ ଧରି ଟ୍ରାଫିକ୍ ଜାମ୍ ରେ ଫସି ରହିଲା ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ।

ଛେଣ୍ଡିପଦାରୁ ଜଣେ ଗୁରୁତର ରୋଗୀଙ୍କୁ ନେଇ ଆମ୍ବୁଲାନ୍ସଟି ଜରପଡ଼ା ଦେଇ ଅନୁଗୋଳ ମେଡିକାଲ ଯାଉଥିଲା । ମାତ୍ର ବାଲିପଟ୍ଟା ଗାଁ ନିକଟରେ ପୂର୍ତ୍ତ ବିଭାଗର ଅଣଓସାରିଆ ରାସ୍ତାରେ ଶହ ଶହ ଟ୍ରକ୍ ଯାତାୟାତ କରୁଥିବାରୁ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା । ଫଳରେ ଆମ୍ବୁଲାନ୍ସଟି ଆଗକୁ ଯାଇ ନପାରି ଦୀର୍ଘ ସମୟ ଧରି ଫସି ରହିଥିଲା ।

ପରେ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ହଟାଇବା ସହ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାରେ ସହଯୋଗ କରିଥିଲେ । ସଂକୀର୍ଣ୍ଣ ରାସ୍ତାରେ ନିୟମିତ ଭାରୀଯାନ ଚଳାଚଳ ଯୋଗୁଁ ଜରୁରୀକାଳୀନ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି ।