ଭୁବନେଶ୍ୱର : ଚିନ୍ତା ବଢ଼ାଉଛି ରାଜଧାନୀ ଦୁର୍ଘଟଣା । ଭୁବନେଶ୍ବରରେ ପୁଣି ହିଟ ଆଣ୍ଡ ରନ୍। ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ ଭାଇରାଲ । ନୟାପଲ୍ଲୀ ଅଞ୍ଚଳରେ ଦୁର୍ଘଟଣା । ମିଠା କିଣି ରାସ୍ତା ପାର୍ ହେଉଥିବା ବେଳେ ଧକ୍କା କରି ଫେରାର ହୋଇଗଲା କଳା ରଙ୍ଗର ଏସୟୁଭି କାର୍ । ଦୁର୍ଘଟଣାରେ ଭରତପୁର୍ ସାଂପୁର ଅଞ୍ଚଳର ବିଭୁତି ଭୂଷଣ ଚଇନି ଗୁରୁତର । ବିଭୁତିଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିସିଟିଭି ଯାଞ୍ଚ ସହ ତଦନ୍ତକୁ ଜୋରଦାର କରିଛି ନୟାପଲ୍ଲୀ ଥାନା ପୋଲିସ ।
