Live Tv

Live Tv

ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

 rape

ଭୁବନେଶ୍ୱର : ବେହେରା ସାହିରେ ଚାଞ୍ଚଲ୍ୟ । ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।  ଏଭଳି ଘଟଣା ଘଟିଲା କେମିତି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଗତକାଲିଠାରୁ ଘଟଣାର ତଦନ୍ତ ଚଳାଇଛି ନୟାପଲ୍ଲୀ ପୋଲିସ ।   ଅଭିଯୋଗ ପରେ ଆକ୍ସନ୍ ମୋଡ୍‌ରେ କମିଶନରେଟ୍ ପୋଲିସ ।  ଡିସିପି (DCP), ଏସିପି (ACP) ଏବଂ ଆଇଆଇସି (IIC) ଙ୍କ ସମେତ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଆରମ୍ଭ କରିଛି ଛାନଭିନ । ବିଭିନ୍ନ ଦିଗରୁ ତଥ୍ୟ ଓ ପ୍ରମାଣ ସଂଗ୍ରହ କରୁଛି ଟିମ୍ ।   ତଦନ୍ତର ଅଂଶସ୍ୱରୂପ ପ୍ରମାଣ ସଂଗ୍ରହ କରୁଛନ୍ତି ।  ସେପଟେ ଅଭିଯୁକ୍ତ କିଏ, କିଭଳି ଘଟିଲା ଘଟଣା ସେନେଇ ତଦନ୍ତକୁ ଜୋରଦାର କରିଛି ପୋଲିସ । CCTV ଫୁଟେଜ୍ ଯାଞ୍ଚ ସହ ଚାଲିଛି ଛାନଭିନ । ତଦନ୍ତ ଆଗକୁ ବଢ଼ିବା ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।