ଅଭିଯୁକ୍ତର ପରିଚୟ ଖୋଜିବା ସହ ସେ କେଉଁଠୁ ଆସିଥିଲା, ଘଟଣା ପରେ କେଉଁ ରାସ୍ତାରେ ଯାଇଥିଲା ଏବଂ କେଉଁଠି ଲୁଚିଛି ଏସବୁର ଉତ୍ତର ଖୋଜୁଛି ପୋଲିସ। ଏପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ BNS ଧାରା ୧୮୩ରେ କୋର୍ଟରେ ବୟାନ ରେକର୍ଡ କରିଛି ପୋଲିସ । କିଭଳି ତାଙ୍କୁ ଘରେ ଏକାକିର ସୁଯୋଗ ଦେଖି ଅଭିଯୁକ୍ତ ତାଙ୍କ ସହ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିଲା। ଏପରିକି ହାତ ଗୋଡ ବାଧି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ।
ପ୍ରଥମେ ତଦନ୍ତକାରୀ ଅଧକାରୀ BNS ୧୮୦ରେ ମଧ୍ୟ ବୟାନ ରେକର୍ଡ ହୋଇଥିଲା। ପୋଲିସ ମାସ୍କ ପିନ୍ଧା ଦୁର୍ବୁତ୍ତକୁ ଖୋଜୁଛି ପୋଲିସ୍। ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଖୋଜୁଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ ପାଇଁ ପ୍ରୟାସ ଚଳାଇଛି ପୋଲିସ । ଏନେଇ ଚାରୋଟି ଟିମ୍ ଗଠନ ହୋଇ ତଦନ୍ତ ଚାଲିଛି ।