Live Tv

Live Tv

ପ୍ରଥମ ସନ୍ନିସ୍ ଗ୍ରାମୀଣ କ୍ରୀକେଟ ପ୍ରତିଯୋଗିତା ଉଦଘାଟିତ


 ଫୁଲବାଣୀ:ପୁର୍ବ ର୍ନୀର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମ ଘୁ ଉଦୟଗିରି ତହସିଲ ସ୍ତରୀୟ ସିନିୟର କ୍ରୀକେଟ ଚମ୍ଫିୟନସିପ -୨୬ , କୁ କ୍ଲବର ସ୍ଥାପକ ସଦସ୍ୟ ମହମ୍ମଦ ଜିଆଉଦ୍ଧିନ ଅହମ୍ମଦ୍ ଓ ସଭାପତି ରାଜେନ୍ଦ୍ର କୁମାର ମହାପାତ୍ର , ବାପି ପ୍ରଧାନ, ଷ୍ଟେଟ ବ୍ୟାଙ୍କ ମ୍ୟାନେଜେର ଗୁଟୁଙ୍ଗିଆ, ଆଲୋକ ମିଶ୍ର, ଓକିଲ ଏବଂ କ୍ଲବର ଉପଦେଷ୍ଟା ତଥା ପୂର୍ବତନ ଓଡିଶା ରାଜ୍ୟ ମହିଳା ଆୟୁକ୍ତ ସଦସ୍ୟା, ଜାଲିନା ପ୍ରୀୟର୍ଦଶନୀ ଉଦଘାଟନ କରିଥିଲେ, ଆଜିର ପ୍ରଥମ ମ୍ୟାଚ ଗ୍ରେସିଂଗିଆ ଏବଂ ରାଇକଲା ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା ରାଇଲା ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ୧୮ ଓଭରରେ ଅଲ ଆଉଟ ହେଇ ବିଶ୍ୱଜିତ ର ୫ଚୈକା ସୁବ୍ବ୍ରତର ୩ଛକା ୧ଚୈକା, ଅମିତ ର ୧ଛକା, ୧ଚୈକା,ସବୁଜର ୧ଛକା, ୨ ଚୈକା ସହାୟତରେ ୧୧୯ ରନ ସ଼ଂଗ୍ରହ କରିଥିଲେ,ସେଭଳି ଗ୍ରେସିଂଗୀଆ ର ଆର୍ଦଶ ୩ଚୈକା ଏବଂ ୧ଛକା, ରମେଶ ର ୩ ଚୈକା ୧ ଛକା ଏବଂ ହରି ୧ଚୈକା ୧ଛକା ର ସହାୟତରେ ୧୦୯୯ ରନ ସଂଗ୍ରହ ଥିବା ସମୟରେ ରାଇକଲାର କାହ୍ନା ୩ଟି ଏଵଂ ବାର୍ଷା,ଓ ସବୁଜ ପ୍ରତ୍ୟେକ ୨ଟି ଊୟୀକେଟ ନେଥିଲେ ଆମ୍ପାର ପ୍ରଫୁଲ୍ଲ ରାଉତ ଓ ଆଲୋକ ପ୍ରଧାନ ଏବଂ ସ୍କେ।ରରନିହାର ଏଵଂ ପାନ୍ତୁଲୁ ପରିଚାଳନା କରିଥିଲେ।ସେହିଭଳି ଦିତୀୟ ମ୍ୟାଚରେ କଳିଙ୍ଗ ମହାବିଦ୍ୟାଳୟର ମନରଞନ ମାଝି ୪ଟି ଚୈକା ଏବଂ ୧ଟି ଛକା,ଅଭୟ ୨ ଟି ଚୈକା ମାରି ୧୧ ଓଭରରେ ୧୦ ଉୟୀକେଟ ରେ ୮୨ ରନ ସଂଗ୍ରହକରି ଥିବା ସମୟରେ ଲିଙ୍ଗାଗଡ ର ରେ।ହିତ ୨ଓଭର ରେ ୧୧ରନ ଦେଇ ୩ ଉୟୀକେଟ, ସ୍ୱାଧିନ ଏବଂ ସୁମିତ ପ୍ରତ୍ୟେକ ୨ ଉୟୀକେଟ ନେଇ ଥିବା ସଯୟରେ ଲିଙ୍ଗାଗଡ ର ସୁମିତ ଏବଂ ରାଘବ ପ୍ରତ୍ୟେକ ୨ଟି ଚୈକା ମାରି ୧୮ ଓଭରରେ ୧୦ ଉୟୀକେଟ ହରାଇ ୬୭ରନ ସଂଗ୍ରହ କରିଥିଲେ। ଅବସର ପ୍ରାପ୍ତ ବନପାଳ ସାନ୍ତୁନୁ କୁମାର ପ୍ରଧାନ ଏବଂ ଅବସରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତେ ପ୍ରଧାନ ଙ୍କ ଆତିଥ୍ୟରେ କଳିଙ୍ଗ ମହାବିଦ୍ୟାଳୟ ଏବଂ ଲିଂଗାଗଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଇଥିଲା ଉକ୍ତ ମ୍ୟାଚ ରେ ଆମ୍ଫାୟର ଶେଖର ଓ ପାନ୍ତୁଲୁ ଏଵଂ ସ୍କେ।ରର ଭାବେ ରାଜେନ୍ଦ୍ର କୁମାର ମହାପାତ୍ର ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ଉମେଶ ଜାନୀ ଶ୍ରୀକାନ୍ତ ନାୟକ ,କେ।ଷାଧ୍ୟକ୍ଷ, ପରିଚାଳନା କରିଥିଲେ।