ଭୁବନେଶ୍ୱର : ମୁଦି ଚୋରି କରି ଫେରାର ହେଲେ ଯୁବତୀ । ଗ୍ରାହକ ହୋଇ ଆସିଲେ, ମୁଦି ଧରି ଫେରାର ହେଲେ ଯୁବତୀ । ରୁପା ଓ ସୁନା ମୁଦି କିଣିବା ବାହାନାରେ ସୁନା ଦୋକାନରେ ପଶିଲେ ଯୁବତୀ । ଦୋକାନରେ ଗ୍ରାହକଙ୍କ ଭିଡ଼ ଥିବାର ସୁଯୋଗ ନେଇ ମୁଦି ଚୋରି କରି ଫେରାର ହୋଇଥିବା ଅଭିଯୋଗ । ଭୁବନେଶ୍ୱର ଗ୍ୟାରେଜ ଛକ ଅଞ୍ଚଳର ଏକ ସୁନା ଦୋକାନରେ ଏହି ଘଟଣା ଘଟିଛି । ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯୁବତୀ ମୁଦି ଦେଖିବା ବାହାନାରେ ଏହାକୁ ନେଇ ଚାଲିଯାଇଥିବା ଦୃଶ୍ୟ ରେକର୍ଡ ହୋଇଛି । ଗ୍ରାହକଙ୍କ ଭିଡ଼ର ସୁଯୋଗ ନେଇ ଯୁବତୀ ଚୋରି କରିଛନ୍ତି ବୋଲି ଦୋକାନୀ ଅଭିଯୋଗ କରିଛନ୍ତି ।
