ଫୁଲବାଣୀ ଅଟନୋମସକଲେଜ ନିର୍ବାଚନ ମୈଦାନରେ ତ୍ରୀମୁଖୀ ଲଢେଇ
ଫୁଲବାଣୀ:ଆସନ୍ତା ଅକ୍ଟୋବର ମାସ ୧୫ତାରିଖ ରେ କଲେଜ ନିର୍ବାଚନ l ଦୀର୍ଘ ୮ବର୍ଷ ପରେ ହେଉଛି କ୍ୟାମ୍ପସ ନିର୍ବାଚନ ଫଳରେ ନିର୍ବାଚନ କୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି l ଫୁଲବାଣୀ ଅଟୋନମୋସ କଲେଜ ନିର୍ବାଚନ ପାଇଁ ଥିବା ବିଭିନ୍ନପଦ ପଦବୀ ପାଇଁ ୨୩ ଜଣ ପ୍ରାର୍ଥୀ ନୋମିନେସନ ଦାଖଲ କରିଥିଲେ l ସେଥିରୁ ୫ ଜଣ ସଭାପତି ପ୍ରାଥୀ ଥିଲେ! ବର୍ତ୍ତମାନ ନିର୍ବାଚନ ରଣ କ୍ଷେତ୍ରରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରଞ୍ଜନ ବିସି ମାଝୀ, ବିସି ଜେଡି ର ସୁମିତ କୁମାର ବଡ଼ ସେଠ ଓ ଏଭି ବି ପି ର ପ୍ରାର୍ଥୀ ଭବେ ଦ୍ୱାରିକା ନାଥ ନିର୍ବାଚନ ଲଢ଼ୁ ଛନ୍ତି l ଦୁଇଜଣ ପ୍ରାର୍ଥୀ ସେମାନଙ୍କ ପlର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି! ନୋମିନେସନ ପୂର୍ବରୁ ପ୍ରାର୍ଥୀ ମାନେ ନିଜର ସହପାଠୀ ଭୋଟର ଙ୍କୁ ଆକର୍ଷଣ ପାଇଁ ସେମାନଙ୍କ ସମର୍ଥକ ଙ୍କୁ ନେଇ କିଏ ମଟନ୍ ଭୋଜି , ଦେଲାଣି ତ କିଏ ବିରିୟାନୀ, ଫାଷ୍ଟ ଫୁଡ୍ ଦେଉଥିବା ବେଳେ କେହି କେହି କଲେଜ ସଫା ସୁତରା କରିବାରେ ଲାଗିଛନ୍ତି! ବିସିଜେଡି ର ପ୍ରାର୍ଥୀ ସୁମିତ କୁମାର ବଡ଼ସେଠ ଏକ ବାଇକ ରାଲି ମଧ୍ଯ କରି ନିର୍ବାଚନ ପ୍ରଚାର କରୁଛନ୍ତି! ବି ସିଜେଡି ର ପଲ୍ହା କୁଆଡ଼େ ଭାରିଥିବା କୁହାଯାଊଛି ଏଭି ବିପି ପ୍ରାର୍ଥୀ ଦ୍ୱାରିକା ନାଥ ପାତ୍ର ଙ୍କ ଶୃଙ୍ଖଳିତବନ୍ଧୁ ବତ୍ସଳ ଛାତ୍ର ଭାବେ ସୁନାମ ଅଛି ବୋଲି କିଛି ତାଙ୍କ ସମର୍ଥକ ମାନେ ଦାବୀ କରୁଛନ୍ତି! ଉତ୍ତମ ବ୍ୟବହାର ତାଙ୍କୁ ତାଙ୍କ ସପକ୍ଷରେ ଭୋଟ ହାତେଇବା ରେ ସାହାଯ୍ୟ କରିବ ବୋଲି ଶୁଣିବାକୁ ମିଳୁଛି lମହାବିଦ୍ୟାଳୟର ସର୍ବ ମୋଟ ଭୋଟ ୨୮୬ଭୋଟ ରହିଁଛି! କଲେଜ ବାତାବରଣ ସରଗରମ ହୋଇଛି! ବି ସିଜେଡି ପ୍ରାର୍ଥୀ ଙ୍କ ଉପରେ ପୂର୍ବତନ ମନ୍ତ୍ରୀ ତଥା କନ୍ଧମାଳ ବିଜେଡି ଜିଲ୍ଲା ସଭାପତି ପଦ୍ମ ନାଭ ବେହେରା ଙ୍କ ଆଶ୍ରିବାଦ ରହିଁଛି! ବିସିଜେଡି ର ଜିଲ୍ଲା ସଭାପତି ସୁନୀଲ କୁମାର ସେଠି ଓ ବିଜେଡ଼ି ର ଅନ୍ୟ କର୍ମକର୍ତ୍ତା ମାନେ ବାହାରୁ ପ୍ରାର୍ଥୀଙ୍କୁ ଗାଇଡ଼ ଓ ସହାୟତା କରୁଛନ୍ତି! ଏ ଭିବିପି ର ପ୍ରାଥୀଙ୍କୁ ଶାସକ ଦଳର ପ୍ରତିନିଧିଙ୍କ ପ୍ରତିନିଧି ସହାୟତା ଓ ନିୟନ୍ତ୍ରଣ କରୁଥିବା ଅନୁମାନ କରାଯାଉଛି! କଂଗ୍ରେସ ସମର୍ଥିତ ପ୍ରାଥୀଙ୍କୁ ପ୍ରାକ୍ତନ ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର ଙ୍କୁ ଦଳ ତରଫରୁ ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି l ଅନୁପମ ତାଙ୍କର ପୂର୍ବ ଅଭିଜ୍ଞତାକୁ ସାଉଁଟି ନିର୍ବାଚନ ରେ ଛାତ୍ର କଂଗ୍ରେସ୍ ପ୍ରାର୍ଥି କିଭଳି ବହୁ ମତ ହାସଲ କରିବ ସେ ନେଇ ଗୋଟି ଚଳାଉଛନ୍ତି l ତେବେ ତ୍ରୀ ମୁଖି ଲଢେ଼ଇ ରେ କାହାର ବିଜୟ ହେବ ଭୋଟ ଗଣତି ପରେ ଜଣା ପଡ଼ିବ l
